Odisha Weather: ଆହୁରି ୭ ଦିନ ଏ ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ! ଝଡ ପବନ ନେଇ ସତର୍କ ସୂଚନା ଜାରି
Odisha Weather: ପ୍ରାକ୍ ମୌସୁମୀ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଉପକୂଳରୁ ଦକ୍ଷିଣ ସବୁଠି ପ୍ରବଳ ବର୍ଷା। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ୨୪ ଘଣ୍ଟାରେ ୧୬ ଜିଲ୍ଲାରେ ହେବ ପ୍ରବଳ ବର୍ଷା ।
Rain Alert: ରାଜ୍ୟରେ ତୁହାକୁ ତୁହାକୁ ବର୍ଷା ଲାଗି ରହିଛି। ମୌସୁମୀ ଆଗମନ ପୂର୍ବରୁ ଭିଜିଲାଣି ଓଡ଼ିଶା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ଓଡ଼ିଶା ଯାଏଁ ଲମ୍ବିଛି ଟ୍ରପ୍ ଲାଇନ୍। ଯାହା ଓଡ଼ିଶାରେ ବର୍ଷା କରାଇବାରେ ସହାୟକ ହେଉଛି। ଅନ୍ୟପଟେ ଆରବ ସାଗର ଓ ବଙ୍ଗୋପସାଗରରୁ କ୍ରମାଗତ ଭାବେ ଆସୁଥିବା ଜଳୀୟବାଷ୍ପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି।
Rainfall Alert: ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବ। ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୧୬ ଜିଲ୍ଲାରେ ପ୍ରବଳ ବର୍ଷା ଓ ଝଟ୍କା ପବନ ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି ।
Heavy Rain Alert: ୧୬ ଜିଲ୍ଲା ହେଉଛି କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷିବ ।
Weather Update: ଏହି ୧୬ ଜିଲ୍ଲାରେ ୭୦ ରୁ ୧୧୦ ମିଲି ମିଟର ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବର୍ଷା ସାଂଗକୁ ଘଡଘଡି ବିଜୁଳି ଓ ଝଡ଼ ପବନ ନେଇ ମଧ୍ୟ ଆଲର୍ଟ ରହିଛି। ସେହିଭଳି ଆସନ୍ତାକାଲି ସାରା ଓଡ଼ିଶାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
Weather: ସେପଟେ ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କେନ୍ଦ୍ର। ଏହାର ୪୮ ଘଣ୍ଟାରେ ଅର୍ଥାତ୍ ୨୯ ତାରିଖରେ ଏହା ଆହୁରି ଘନୀଭୂତ ହେବ। ଯାହା ମୌସୁମୀକୁ ଅଧିକ ସକ୍ରିୟ କରିବ।
ବଙ୍ଗୋପ ସାଗରରେ ଲଘୁଚାପ ଫଳରେ ଓଡ଼ିଶା ଆସିବାକୁ ବାଟ ଫିଟାଇବ ଲଘୁଚାପ। ଯାହା ଫଳରେ ଓଡ଼ିଶାରେ ଶୀଘ୍ର ପ୍ରବେଶ କରିବ ମୌସୁମୀ ବାୟୁ। ବର୍ଷା ପ୍ରଭାବରେ କମିଛି ତାପମାତ୍ରା। ପରିବେଶ ପଶିଛି ଥଣ୍ଡା। ଆସନ୍ତା ୭ ଦିନ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ।
Monsoon: ମୌସୁମୀ ପ୍ରଭାବରେ କେରଳ କୋଙ୍କଣ ଉପକୂଳରେ ଭଲ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଏପଟେ ଆମ ରାଜ୍ୟରେ ମୌସୁମୀର ପ୍ରଭାବ ଅନୁଭୂତ ହୋଇଛି । ରାଜ୍ୟରେ ଆଜି ପ୍ରାୟ ସବୁ ପ୍ରାନ୍ତରେ ପ୍ରାକ୍ ମୌସୁମି ବର୍ଷା ହୋଇଛି ।
Monsoon Update: ଏଥର ସଅଳ ଆସିଛି ମୌସୁମି । ୧୬ ବର୍ଷ ପରେ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ପ୍ରବେଶ କରିଛି ମୌସୁମି । ଆଉ କେରଳ ସହିତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ।